ଉତ୍ତରପ୍ରଦେଶ: ଫେବୃଆରୀ ୧୬ରେ ବଜେଟ ଅଧିବଶନ, ଫେବୃଆରୀ ୧୭ରେ ବଜେଟ ଉପସ୍ଥାପନ

ଲଖନଉ,ଏଜେନ୍ସି: ଫେବୃଆରୀ ୧୬ରୁ ଉତ୍ତରପ୍ରଦେଶର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏବଂ ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପନ କରିବେ। ଏନେଇ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ଓ ବିଧାନପରିଷଦର ମିଳିତ ଅଧିବେଶନରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ନେତୃତ୍ୱରେ ଏହି ବଜେଟ ଉପସ୍ଥାପନ ହେବ।

ଏହି ବଜେଟ ଅଧିବେଶନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ‘ଗଙ୍ଗା ଏକ୍ସପ୍ରେସୱେ’ ମଧ୍ୟ ଉପସ୍ଥାପନ କରାଯିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହି ଏକ୍ସପ୍ରେସୱେଟି ୫୯୬ କିଲୋମିଟରର ହୋଇଥିବା ବେଳେ ଏହା ମିରୁଟ ଓ ପ୍ରୟାଗରାଜକୁ ସଂଯୋଗ କରିବ।

ଏପ୍ରିଲ ମାସରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଲକ୍ଷ କରି ଏହି ଅଧିବେଶନ କରାଯାଉଥିବା ଜଣାପଡ଼ିଛି।