କେସିଙ୍ଗା,ଏନ୍ଏନ୍ଏସ୍: ଦେଶଜ ଲୋକ ସଙ୍ଗୀତ ଲୋକନୃତ୍ୟ ଓଡ଼ିଶା ସଙ୍ଗୀତନାଟକ ଏକାଡେମୀ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ବୁଢାଡଙ୍ଗର ଲୋକ ମହାଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ଉତ୍ସବକୁ ଉଦ୍ଘାଟନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝି ଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଭାଇସ ଚାନ୍ସେଲର୍ ସଞ୍ଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ କେସିଙ୍ଗା ନଗରପାଳ ନୃପରାଜ ଯାଦବ ଓ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ।
କେସିଙ୍ଗା ନଗରପାଲ୍ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ସକାଳ ୯ ଘଣ୍ଟାରେ ଆରମ୍ଭ ହୋଇ ଏକ ବିଶାଳ ସାଂସ୍କୃତିକ ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ବୁଢ଼ାଡଙ୍ଗର ମନ୍ଦିରରୁ ବାହାରି ମଞ୍ଚରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଥମ ଥର କରି ଏକ ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା। ପ୍ରଥମ ଦିନରେ ଓଡ଼ିଶୀ, ସମ୍ବଲପୁରୀ, ବାଜାସାଲ,ଆସମ୍ର ବିହୁ ଓ ଝୁମେର୍, ଗଞ୍ଜାମର ଯୋଡ଼ି ଶଙ୍ଖ, ଢ଼ାପ୍, ଘୁମରା ଓ ସମ୍ବଲପୁରୀ ଦଳନୃତ୍ୟରେ ମଞ୍ଚ ଦୁଲୁକିଲା ଅତିଥି ଓ ଦର୍ଶକଙ୍କ ମନ ମୋହିନେଇଥିଲା।