ନୂଆଦିଲ୍ଲୀ,ଏଜେନ୍ସି: ଜାନୁଆରୀ ୩୧ରୁ ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟି ବଜେଟ ଅଧିବେଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏହା ଜାନୁଆର ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୩ମଧ୍ୟରେ ୨ଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ସେହିପରି ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନା ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟରେ ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ୟ୍ୟାୟରେ ଏହା ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ଏପ୍ରିଲ ୩ ରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ୟ୍ୟକାଳର ଏହା ପ୍ରଥମ ପୂର୍ଣ୍ଣ ବଜେଟ ହେବ।