ଆଜି ଦିନ ୧୧ଟାରେ ସଂସଦରେ ବଜେଟ-୨୦୨୦ର ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଦିନ ୧୧ଟାରେ ବଜେଟ-୨୦୨୦ର ଉପସ୍ଥାପନ କରିବେ। ଏ ନେଇ ଦୋଶବାସୀଙ୍କ ମନରେ ଅନେକ ଆଶ ଓ ଆକାଂକ୍ଷ୍ୟା ରହିଥିବା ବେଳେ ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି ଉପରେ ସମସ୍ତଙ୍କ ନଜର ରହିଛି। ସୀତାରମଣଙ୍କ ଏହି ବଜେଟରେ ଆୟକର ଉପରେ ପୂର୍ବରୁ ଯେଉଁ ଦାବି ଥିଲା, ତାହା ପୂରଣ ହେବ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ବରିଷ୍ଠ ନାଗରିକ ଓ ଭଲ ଘର ନିର୍ମାଣ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକେ ସରକାରଙ୍କଠାରୁ ଅନେକ ଆଶା କରିଛନ୍ତି । ଲୋକେ ସେହି ସମୟକୁ ଅପେକ୍ଷା କରିଛନ୍ତି, ଯେଉଁ ସମୟରେ ସୀତରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ।

ତେବେ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ବଜେଟ-୨୦୨୦ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉପସ୍ଥାପନ କରିବେ। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର କେନ୍ଦ୍ରୀୟ ହଲରେ ଗତକାଲି ଦିନ ୧୧ଟାରେ ନିଜର ବକ୍ତବ୍ୟ ରଖିଛନ୍ତି। ସେହିଭଳି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଅଧ୍ୟକ୍ଷତାରେ ତାଙ୍କ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୧ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ୟ୍ୟାୟର ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ ।

Comments are closed, but trackbacks and pingbacks are open.