ବିଏସଏନଏଲ୍ ବନ୍ଦ ହେବା ମିଥ୍ୟା ଗୁଜବ : ଉଦୟ ଶଙ୍କର ପଣ୍ଡା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବିଏସଏନଏଲ ମିଥ୍ୟା ଗୁଜବ ଅପପ୍ରଚାର ହେବା ଏହାର ସତ୍ୟାସତ୍ୟ ନାହିଁ ବୋଲି, ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ଗ୍ରାହକମାନଙ୍କୁ ଜଣାଇଛନ୍ତି। ଏହା ସମ୍ପୁର୍ଣ୍ଣ ମିଥ୍ୟା ଓ ନିରାଧାର ଅଟେ। ଭାରତ ସରକାରଙ୍କ ଏପରି କିଛି ଆଭିମୁଖ୍ୟ ତଥା ପ୍ରସ୍ତାବ ନାହିଁ।
ଏହା କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏବଂ ଅନ୍ୟ କେତେକ ପ୍ରତିଦ୍ୱନ୍ଦୀଙ୍କ ବିଏସଏନଏଲ ବିରୋଦ୍ଧରେ ଅପପ୍ରଚାର କରି ବିଏସଏନଏଲ ଗ୍ରାହକ ମାନଙ୍କୁ ହାତେଇବାର ଏକ ଷଢ଼ଯନ୍ତ୍ର। ବିଏସଏନଏଲ ତରଫରୁ ଗ୍ରାହକମାନଙ୍କୁ ସୁଲଭ ଦରରେ ସମସ୍ତ ପ୍ରକାର ଟେଲିକମ୍ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ବଦ୍ଧ।