ବିଏସଏନଏଲ ହେବ ନାହିଁ ବନ୍ଦ : ରବି ଶଙ୍କର

ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ବନ୍ଦ ହେବ ନାହିଁ । ବୁଧବାର ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ ଯେ ଜନସେବା ଏବଂ ଯୋଗାଯୋଗର ସମଗ୍ର ବ୍ୟବସ୍ଥାରେ ବିଏସଏନଏଲ ଭଳି ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘ବନ୍ୟା, ଭୂକମ୍ପ ଇତ୍ୟାଦିରେ ଜନସେବା କରୁଥିବା ବିଏସଏନଏଲ ଓ ଏମଟିଏନଏଲକୁ ପୁନରୁଦ୍ଧାର କରିବା ପାଇଁ ଆମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ରବି ଶଙ୍କର ପ୍ରସାଦ ଏହା ମଧ୍ୟ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ୪- ଜି ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ। ଆମେ ସଂସଦକୁ କହିବାକୁ ଚାହୁଁଛୁ ଯେ ଶୀଘ୍ର ସରକାର ବିଏସଏନଏଲ ମାଧ୍ୟମରେ ଲୋକଙ୍କୁ ୪-ଜି ସୁବିଧା ଯୋଗାଇ ଦେବେ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ପ୍ରାୟ ଏକ ଲକ୍ଷ ବିଏସଏନଏଲ କର୍ମଚାରୀ ସ୍ବେଚ୍ଛାକୃତ ଅବସର ଯୋଜନାରେ ଆବେଦନ କରିଛନ୍ତି । ସେମାନେ ଆବେଦନ କରିବା କାରଣରୁ ଆମେ ଭିଆରଏସ ପ୍ୟାକେଜ ଦେଉଛୁ।