ଗ୍ରାମାଞ୍ଚଳରୁ ବିଏସ୍ଏନ୍ଏଲ ସେବା ଉଚ୍ଛେଦ ଘଟଣାରେ କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସୁଜିତ କୁମାର

ଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: କଳାହାଣ୍ଡି ଏବଂ ନୂଆପଡ଼ା ଗ୍ରାମାଞ୍ଚଳରେ ବିଏସ୍ଏନ୍ଏଲର ୪ଜି ସେବାକୁ ବନ୍ଦ ନକରିବାକୁ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି। ସୁଜିତ କୁମାର ଲେଖିଛନ୍ତି ଯେ, ବିଏସ୍ଏନ୍ଏଲ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ୪ଜି ଉପକରଣକୁ ହଟାଇବା ଆରମ୍ଭ କରି ଦେଇଛି। ଫଳରେ ଉକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂର୍ବରୁ ମଧ୍ୟ ଏହି ଅଞ୍ଚଳମାନଙ୍କରେ ସେଲୁଲାର୍ ନେଟୱାର୍କର ଖରାପ ସଂଯୋଗ ରହିଆସିଛି। ତେଣୁ ଉକ୍ତ ଅଞ୍ଚଳରେ ସିଷ୍ଟମର ବିକାଶ ତଥା ଗ୍ରାହକଙ୍କ ସେବାରେ ଉନ୍ନତି ଆଣିବା ପରିବର୍ତ୍ତେ ୪ଜି ଉପକରଣର ଉଚ୍ଛେଦ କରାଯାଉଛି। ସିଜିଏମ୍, ଓଡିଶା ଟେଲିକମ୍ ସର୍କଲକୁ ବିଏସ୍ଏନ୍ଏଲ ୪ଜି ସେବା ବନ୍ଦ କରିବା ଏବଂ ୪ଜି ଉପକରଣ ଭାଙ୍ଗିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସୁଜିତ କୁମାର କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।