ବିଏସ୍ଏନ୍ଏଲ୍ ଅଫିସରେ ନିଆଁ, ଜିଲ୍ଲା ବ୍ୟାପୀ ସେବା ବ୍ୟାହତ

କଟକ,ଏନ୍ଏନ୍ଏସ୍: ଆଜି ଦିନ ପ୍ରାୟ ୧୨ଟାବେଳକୁ କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିଲେ ମଧ୍ୟ ମେଣ୍ଟେନାନ୍ସ କାମ ଚାଲୁଥିବା ସମୟରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲିକୁହାଯଉଛି। ଅଗ୍ନିକାଣ୍ଡ ଘଟିବା କ୍ଷଣି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଭୟଭୀତ ହୋଇ କାର୍ଯ୍ୟାଳୟ ଭିତରୁ ବାହାରି ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟାଳୟକୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବା ସହ ସମସ୍ତ ଯାନ୍ତ୍ରିକ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଏବେବି କାର୍ଯ୍ୟାଳୟର ବହୁ ଯନ୍ତ୍ରପାତି ଯୋଡ଼ିଥିବା ଅନୁମାନ କାରାଯାଉଛି

ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଗାଡ଼ି ସହ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। କର୍ମଚାରୀମାନେ ବ୍ରେଥ୍ଅନାଲାଇଜର ନେଇ ନିଆଁ ଲିଭାଇବାକୁ ଅଫିସ ଭିତରକୁ ପଶିଛନ୍ତି। ପ୍ରବଳ ଧୂଆଁ ଯୋଗୁଁ ଅଗ୍ନି ନିୟନ୍ତ୍ରଣ କରିବାରେ ସମସ୍ୟା ଉପୁଜିଥିଲା। କାର୍ଯ୍ୟାଳୟ ଭିତରୁ ପଶି ପ୍ରଥମେ କାଚ ଦ୍ୱାରଗୁଡ଼ିକୁ ଭାଙ୍ଗିଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨ଜଣ କର୍ମଚାରୀ ଆହତ ହୋଇଛନ୍ତି। ବିଏସ୍‌ଏନ୍‌ଏଲ୍‌ରଜଣେ ଅଧିକାରୀଙ୍କ କହିବା ଅନୁସାରେ ଏହା ବିଏସ୍ଏନ୍ଏଲ୍ ଯୋଗାଯୋଗ ସେବାକୁ ପ୍ରତିହତ କରିବ। ବର୍ତ୍ତମାନ ସୁଦ୍ଧା ଯେହେତୁ ସମସ୍ତ ଯୋଗଯୋଗ ସୁଇଚ୍‌ ଅଫ୍ କରାଯାଇଛି, ତେଣୁ ବିଏସ୍ଏନ୍ଏଲ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ସେହିଭଳି ବ୍ରଡବ୍ୟାଣ୍ଡସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ନିଆଁ ଛାଡ଼ିବା ପରେ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ସେବା ପୁନର୍ବାର ଚାଲୁ କରିବା ପାଇଁ ଯଥା ସାଧ୍ୟ ଚେଷ୍ଟା କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।