ବିଏସଏନଏଲ ସେବା ଠପ୍, ଗ୍ରାହକ ଅସନ୍ତୋଷ

ରାୟଗଡ଼ା/ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ କିଛିଦିନ ଧରି ବିଏସଏନଏଲ ସେବା ଠପ୍ ହୋଇଯାଇଛି। ମୋବାଇଲ ନେଟଓା୍ୱର୍କ ଓ ଇଣ୍ଟରନେଟ କାମ କରୁନଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ ଚାଲିଗଲେ ବିଏସଏନଏଲର ନେଟୱାର୍କ ସମ୍ପୂର୍ଣ୍ଣ ବନ୍ଦ ହୋଉଥିବା ନେଇ ଅଭଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଯୋଗାଇ ଦିଆଯାଇଥିବା ବିଏସଏନଏଲ ସେବାର ଏଭଳି ଅସୁବିଧା ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏସଏନଏଲର ନେଟୱାର୍କ ନଥିବା ଯୋଗୁଁ ଆବଶ୍ୟକସ୍ଥଳେ ଚିକିତ୍ସା ଓ ଅଗ୍ନିଶମ ବିଭାଗ ସହିତ ମଧ୍ୟ ଯୋଗାଯୋଗ ହୋଇପାରୁ ନାହିଁ। ତୁରନ୍ତ ଏ ଦିଗରେ ବିଏସଏନଏଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।