ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ଖୁସିର ଖବର। ଚଳିତ ମାସରେ ବିଏସ୍ଏନ୍ଏଲ୍ ନେଟ୍ଓ୍ୱାର୍କରେ ଜିଓଠାରୁ ବି ଅଧିକ ୟୁଜର୍ସ ଯୋଡ଼ି ହୋଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଭୋଡ଼ାଫୋନ୍ ଓ ଏୟାରଟେଲ୍ ବହୁତ ପଛରେ ରହିଯାଇଛନ୍ତି।
ସାରା ଭାରତ ଆସନ୍ତା ମାର୍ଚ୍ଚ ୧୦ରେ ହୋଲି ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏହି ଅବସରରେ ବିଏସ୍ଏନ୍ଏଲ୍ ଏକ ନୂଆ ପ୍ଲାନ୍ ଲଞ୍ଚ କରିବ ଯାହା ଗ୍ରାହକଙ୍କୁ ଅଧିକ ଡାଟା ଯୋଗାଇବ। ୫୫୧ ଟଙ୍କାର ଏକ ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ କରିବ କମ୍ପାନୀ। ଏଥିରେ ପ୍ରତ୍ୟେକ ଗ୍ରହାକ ୯୦ ଦିନ ପର୍ୟ୍ୟନ୍ତ ପ୍ରତିଦିନ ୫ ଜିବି ଲେଖାଏଁ ଡାଟା ପାଇବ। ଏହାର ଅର୍ଥ ହେଉଛି ଏହାର ଭ୍ୟାଲିଡିଟି ମଧ୍ୟ ମୋଟ୍ କମ୍ପାନୀ ପ୍ରତ୍ୟେକ ଗ୍ରାହକଙ୍କୁ ୪୫୦ ଜିବିର ୨ଜି ଓ ୩ଜି ଡାଟା ଦେବ। ଏଭଳି ଅଫର ଅନ୍ୟ କୌଣସି ଟେଲିକମ୍ କମ୍ପାନୀ ଦେଇ ନାହିଁ। ଏହି ଅଫର ପାଇବାକୁ ହେଲେ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ପ୍ରତି ଜିବି ପିଛା ମାତ୍ର ୧.୨୪ ଟଙ୍କା ଦେବାକୁ ପଡ଼ିବ।
ଅନ୍ୟପଟେ ଟେଲିକମ୍ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ଲାନ୍ରେ ଗ୍ରାହକଙ୍କୁ ଭଏସ୍ କଲିଂ ଓ ଏସ୍ଏମ୍ଏସ୍ର କୌଣସି ସୁବିଧା ମିଳିବ ନାହିଁ। ବିଏସ୍ଏନ୍ଏଲ୍ ପକ୍ଷରୁ ବିଭିନ୍ନ ସର୍କଲରେ ଏହି ପ୍ଲାନ୍ ଲାଗୁ କରାଯାଇଛି।