ନୂଆଦିଲ୍ଲୀ: ପଞ୍ଜାବର ତରନ ତାରନ ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ଜଣ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କୁ ବିଏସ୍ଏଫ୍ ଯବାନ ଗୁଳିମାରି ନିହତ କରିଛନ୍ତି। ଏସମ୍ବନ୍ଧରେ ବିଏସଏଫର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ତରନ ତାରନ ଜିଲ୍ଲା ନିକଟରେ କିଛି ସନ୍ଦିଗ୍ଧ ପାକିସ୍ତାନ ସୀମା ପାର କରୁଥିବା ଯବାନମାନେ ଦେଖିଥିଲେ।ଅନୁପ୍ରବେଶକାରୀଙ୍କୁ ଆତ୍ମସମର୍ପଣ କରିବାକୁ କୁହଯାଇଥିଲେ ମଧ୍ୟ ସେମାନେ ଯବାନଙ୍କ ଉପରେ ଗୁଳିଚାଳନା କରିଥିଲେ। ପରେ ଏହାର ଜବାବ ଦେବାକୁ ଯାଇ ଯବାନମାନେ ଗୁଳିଚାଳନା କରି ୫ଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଥିଲେ।
ସୀମାରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଘଟଣାସ୍ଥଳରୁ ୫ଜଣଙ୍କ ମୃତ ଶରୀର ସମେତ ଏକେ-୪୭ ରାଇଫଲ, ୩ଟି ପିସ୍ତଲ ଓ ଗ୍ରେନେଡ ଉଦ୍ଧାର କରାଯାଇଛି। ଏଥିସହିତ ପ୍ରାଣ ହରାଇଥିବା ଲୋକ ଆତଙ୍କବାଦୀ ନା ଚୋରାଚାଲାଣକାରୀ ସେନେଇ ତଦନ୍ତ ଚାଲିଛି।