ନୂଆଦିଲ୍ଲୀ,ଏଜେନ୍ସି: ଜାମ୍ମୁ କାଶ୍ମୀରେ ସେନାର “ଆତଙ୍କବାଦୀ ଅଲ ଆଉଟ’ ମିଶନ ଚାଲିଥିବା ବେଳେ ପାକିସ୍ତାନ ନୂଆ ରଣନୀତି ଅପଣାଉଛି। ଆତଙ୍କବାଦୀଙ୍କ ଗତିବିଧିକୁ ସହଜ କରିବା ପାଇଁ ଏବଂ ସେନାର ଗତିବିଧି ଉପରେ ସୂଚନା ଦେବା ପାଇଁ ସୀମାରେ ପାକିସ୍ତାନ ବ୍ୟବହାର କରୁଛି ଡ୍ରୋନ।
ଆଜି ଜାମ୍ମୁର କଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ସକାଳ ପ୍ରାୟ ୫ଟା ୧୦ରେ ପାକିସ୍ତାନର ଏକ ଗୁପ୍ତଚର ଡ୍ରୋନ ଉଡୁଥିଲା। ଏହି ସମୟରେ ବିଏସଏଫ ପାଟ୍ରୋଲିଂ କରୁଥିବା ବେଳେ ହିରାନଗର ସେକ୍ଟରର ରାଥୁଆ ଅଞ୍ଚଳରେ ଡ୍ରୋନକୁ ଦେଖିବାମାତ୍ରେ ଗୁଳି କରି ତଳକୁ ଖସାଇଛି।
ତେବେ ଏହି ଡ୍ରେନରୁ କିଛି ଯୁଦ୍ଧ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯିବା ସହିତ ଏହା ଦ୍ୱାରା ଆତଙ୍କବାଦୀମାନେ ଭାରତୀୟ ସୁରକ୍ଷା ବାହିନୀ ଉପରେ ନଜର ରଖୁଥିବା ଜଣାପଡ଼ିଛି।