ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭ୍ୟାସ ପାଇଁ ପ୍ରଶ୍ନପତ୍ର ପ୍ରକାଶ କରିଛି ବିଏସଇ

କଟକ,ଏନ୍ଏନ୍ଏସ୍: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭ୍ୟାସ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପ୍ରଶ୍ନପତ୍ର ପ୍ରକାଶ କରିଛି। ଏହା ମାଟ୍ରିକ୍ ପରୀକ୍ଷା -୨୦୨୧ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ। ଏନେଇ ଛାତ୍ରଛାତ୍ରୀମାନେ http://www.bseodisha.nic.in ରୁ ଅଭ୍ୟାସ କରିପାରିବେ।

ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ମେ’୩ ରୁ ମେ’୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗଣିତ ବ୍ୟତୀତ ସମସ୍ତ ବିଷୟ ପାଇଁ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏବଂ ଗଣିତ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦.୧୫ରେ ସରିବ।

ପ୍ରଥମ ଭାଷା (ସାହିତ୍ୟ) ପରୀକ୍ଷା ମେ’ ୩ରେ, ଦ୍ୱିତୀୟ ଭାଷା (ଇଂରାଜୀ) ପରୀକ୍ଷା ମେ’ ୫ରେ ଓ ତୃତୀୟ ଭାଷା (ସଂସ୍କୃତ) ପରୀକ୍ଷା ଛାତ୍ରମାନେ ମେ’ ୭ରେ ଅନୁଷ୍ଠିତ ହେବ। ଯେଉଁମାନେ ତୃତୀୟ ଭାଷା ହିନ୍ଦୀ ଚୟନ କରିଛନ୍ତି ସେମାନେ ମେ’ ୮ରେ ପରୀକ୍ଷା ଦେବେ। ଯେଉଁମାନେ ଭିଜୁଆଲ୍ ଆର୍ଟକୁ ତୃତୀୟ ଭାଷା ବିଷୟ ଭାବରେ ବାଛିଛନ୍ତି ସେମାନେ ମେ’ ୯ରେ ପରୀକ୍ଷା ଦେବେ।
ଗଣିତ ପରୀକ୍ଷା ମେ’ ୧୦, ବିଜ୍ଞାନ ପରୀକ୍ଷା ମେ’ ୧୨ ଏବଂ ସାମାଜିକ ବିଜ୍ଞାନ ପରୀକ୍ଷା ମେ’ ୧୫ରେ ହେବ।

ପାର୍ଟ -୧ (ଅବଜେକ୍ଟିଭ୍) ଏବଂ ପାର୍ଟ-୨ (ସବଜେକ୍ଟିଭ୍) ପାଇଁ ପ୍ରଶ୍ନଗୁଡିକ ସକାଳ ୭ଟା ୪୫ମିନିଟରେ ବଣ୍ଟନ କରାଯିବ। ପାର୍ଟ -୧ ପରୀକ୍ଷା ସକାଳ ୮ ଟାରୁ ୯ ଟା ଏବଂ ପାର୍ଟ-୨ ପରୀକ୍ଷା ସକାଳ ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଧନ୍ଦାମୂଳକ ପାଠ୍ୟକ୍ରମ ଅନୁସରଣ କରୁଥିବା ଛାତ୍ରମାନେ ୨୭ ଏପ୍ରିଲ ୨୦୨୧ରୁ ୨ ମଇ ୨୦୨୧ ପର୍ଯ୍ୟନ୍ତ ବିଦ୍ୟାଳୟରେ ପରୀକ୍ଷା ଦେବେ।