୨୦୨୦ ଏପ୍ରିଲ ସୁଦ୍ଧା ଭାରତରେ ଉପଲବ୍ଧ ହେବ ବିଏସ୍୬ ଫୁଏଲ

ଆସନ୍ତା ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ନୂତନ ଫୁଏଲ ଷ୍ଟାଣ୍ଡାର୍ଡ ଭାରତ ଷ୍ଟେଜ (ବିଏସ)୬ ଉପଲବ୍ଧ ହେବ ବୋଲି ମଂଗଳବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି । ମନ୍ତ୍ରୀ ଶ୍ରୀ ଜାଭେଦକର କହିଛନ୍ତି ଯେ ଏହାଦ୍ୱାରା ୮୦ରୁ ୯୦ ପ୍ରତିଶତ ପ୍ରଦ୍ୟୁଷଣ କମାଇବ । ବିଏସ୪ ଓ ବିଏସ୬ ଫୁଏଲ ସଲଫର ପରିମାଣ ମୁଖ୍ୟ ପାର୍ଥକ୍ୟ ଯାହା ପ୍ରଦ୍ୟୁଷଣକୁ ରୋକିଥାଏ । ୨୦୨୦ ଏପ୍ରିଲ ସୁଦ୍ଧା ଅଟୋ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ ବିଏସ୪ ଫୁଏଲ ବିକ୍ରି ଶେଷ କରିବାକୁ ୨୦୧୮ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ।