ବାଲେଶ୍ବର ଜିଲ୍ଲାର ଏସ୍ ଜାମସେଦ୍ଙ୍କ ପୁ ଏସ୍କେ ହୁସେନ୍, ଏସ୍କେ ଜୁଲଫୁକରଙ୍କ ପୁଅ ଲାଡେନ୍, ଏସ୍କେ୍ ଜାମସେଦ୍ଙ୍କ ପୁଅ, ବାବୁ ଓରଫ୍ ଏସ୍କେ ସମୀର ଓ ରବୀନ୍ଦ୍ର ତରାଇଙ୍କ ପୁଅ ରିଣ୍ଟୁ ତରାଇ।
ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ବର ଏସ୍ପି କହିଛନ୍ତି, ବାହାର ରାଜ୍ୟକୁ ବ୍ରାଉନ୍ସୁଗାର ଚାଲାଣ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସହଦେବଖୁଣ୍ଟା ଥାନା ଅଧିନ ଫୁଲାଡି ଅଞ୍ଚଳରେ ଥିବା ଏକ ନିଦ୍ଦିଷ୍ଟ ସ୍ଥାନରେ ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୧୧ କୋଟି ଟଙ୍କାର ବ୍ରାଉନ୍ସୁଗାର ସମେତ ୨ଟି ବାଇକ୍, ୫ଟି ମୋବାଇଲ ଓ ନଗଦ ୨୧ ହଜାର ଟଙ୍କା ଜବତ ହୋଇଛି। ପୁଲିସ ଜଣେ ମଧ୍ୟପ୍ରଦେଶର ଯୁବକ ସହିତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବାହର ରାଜ୍ୟକୁ ବ୍ରାଉନ୍ସୁଗାର ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ।