ପୁଲିସ ହାତରୁ ଖସିଗଲା ଧଳାଜହର ମାଫିଆ, ମା’ ଥାନାରେ ଅଟକ

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲା ଜଳେଶ୍ୱରରେ ବୁଧବାର ଭୋରରେ ଅବକାରୀ ବିଭାଗ ଚଢଉ କରି ପ୍ରାୟ ୩୧୦ ଗ୍ରାମର ବ୍ରାଉନସୁଗର ଜବତ କରିଛି। ସମ୍ପୃକ୍ତ ଘଟଣାରେ ଧଳାଜହର ମାଫିଆ ମୁନ୍ନା ଖାଁ ମା’ଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଅବକାରୀ ସ୍କ୍ୱାଡ୍, ଜଳେଶ୍ୱର ଅବକାରୀ ବିଭାଗ ଓ ଜଳେଶ୍ୱର ପୁଲିସ ମିଳିତ ଚଢଉ କରି ଏହି ବ୍ରାଉନସୁଗର ଜବତ କରିଥିଲା।

ସୂଚନାଯୋଗ୍ୟ, ଜଳେଶ୍ୱରରୁ ଗତ ମଙ୍ଗଳବାର ପ୍ରାୟ ୧କିଗ୍ରାର ବ୍ରାଉନସୁଗାର ଆସିଥିଲା। ଏହି ଘଟଣାରେ ସାରା ରାତି ଅବକାରୀ ବିଭାଗର କର୍ମଚାରୀ ଛାନଭିନ୍‍ କରିବା ପରେ ଆଜି ଭୋର ସମୟରେ ଏହି ଚଢଉ କରିଥିଲେ। ତେବେ ତାଙ୍କ ମା’ ମଧ୍ୟ ବ୍ରାଉନସୁଗାର ଚୋରା ବ୍ୟବସାୟ ଚଲାଇଥିବା ଜଣାପଡ଼ିଛି। ଅବକାରୀ ସ୍କ୍ୱାଡ୍ ହାତରେ ପୂର୍ବରୁ ଗିରଫ ହୋଇଥିଲା ମୁନ୍ନା ଖାଁ।