ସିଲିଭର ସିଟିରେ ଧଳାଜହର, ଜଣେ ଗିରଫ

କଟକ, ଏନ୍ଏନ୍ଏସ୍: କଟକ ସହରରେ ବ୍ରାଉନ ସୁଗର କାରବାର ନେଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା। ଏହାକୁ ଭିତ୍ତିକରି କଟକ ଗଡଗଡିଆ ହାଟ ନିକଟରେ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ମାଛୁଆ ବଜାର ଅଞ୍ଚଳର ଦଳ ବେହେରା। ସେ କଲେଜ ଛକ, ଜୋବ୍ରା, ମଂଗଳାବାଗ ସମେତ ସହରର ବିଭିନ୍ନ ସ୍ଥାନରେ ବ୍ରାଉନ ସୁଗର ବେପାର କରିଥାଏ ବୋଲି ଜଣାପଡିଛି।