ଜଳେଶ୍ୱରରୁ ବ୍ରାଉନସୁଗର ବ୍ୟବସାୟୀ ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ଵାରା ବୁଧବାର ଜଳେଶ୍ୱର ଶେଖବାର୍ଡ ଅଞ୍ଚଳରେ ଚଢ଼ଉ କରି ୩୦୫ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ସପନ ପ୍ରଧାନ ନାମକ ବ୍ୟକ୍ତିକୁ ଗିରଫ କରିଛି । ତେବେ ଗିରଫ ବ୍ରାଉନସୁଗରର ଅନ୍ତର୍ଜାତୀୟ ବଜାରରେ ଅନୁମାନିକ ମୁଲ୍ୟ ୩୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଉଛି।

ସପନ ଜଣେ ବ୍ରାଉନସୁଗାର ବ୍ୟବସାୟୀ ଓ ସେ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସପନ ନିକଟରୁ ଏକ ଦେଶୀ ବନ୍ଧୁକ ଓ କିଛି ଟଙ୍କା ଜବତ ହୋଇଥିବା ଜଣାଯାଇଛି।c