ଭଉଣୀକୁ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢ଼ିଲା ଭାଇ

ନୂଆଦିଲ୍ଲୀ, ଏଜେନ୍ସି : ୧୫ ବର୍ଷର ବାଳକ ସାହସିକତାର ପରିଚୟ ଦେଇ ପ୍ରଶଂସାର ପାତ୍ର ହୋଇଛି। ସାନଭଉଣୀକୁ ୧୪ ଫୁଟ୍ ଲମ୍ବର କୁମ୍ଭୀର ହାବୁଡ଼ରୁ ବଞ୍ଚାଇବା ପାଇଁ ହାସିମ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା। ସମ୍ପୃକ୍ତ ଘଟଣାଟି ଫିଲିପାଇନ୍ସର ପାଲାୱାନ ଅଞ୍ଚଳରେ ଘଟିଛି। ୧୨ ବର୍ଷୀୟା ହୈନା ଲିସା ତା’ ଭାଇ ହାସିମ ସହ ଗୋଟିଏ ନଦୀକୂଳରେ ଯାଉଥିବା ସମୟରେ କୁମ୍ଭୀରଟିଏ ତା’ ଗୋଡକୁ କାମୁଡ଼ି ଧରିଥିଲା। ଭଉଣୀର ଆକୁଳ ଚିତ୍କାର ଶୁଣି ଭାଇ କୁମ୍ଭୀର ନିକଟକୁ ଦଉଡ଼ି ଯାଇ ଢେଲାମାଡ଼ କରିଥିଲା। ଢେଲାମାଡ଼ରୁ ବର୍ତ୍ତିବା ପାଇଁ କୁମ୍ଭୀରଟି ଝିଅକୁ ଛାଡ଼ି ନାବାଳକ ଆଡ଼କୁ ଝପଟି ଯାଇଥିଲା। ଏହାର ସୁଯୋଗ ନେଇ ହାସିମ ଭଉଣୀକୁ ଧରି ଖସି ପଳାଇବାକୁ ସକ୍ଷମ ହୋଇଥିଲା। ଭଉଣୀର ସ୍ୱାସ୍ଥ୍ୟ ଏବେ ଭଲ ଅଛି।