ଭାଇ କାଟିଲା ଭାଇର ତଣ୍ଟି

ଗଞ୍ଜାମ,ବୁଗୁଡ଼ା,ଏନ୍ଏନ୍ଏସ୍: ଗଞ୍ଜାମ ଓ ବୁଗୁଡ଼ା ମାଲିଝୋଳା ମନ୍ଦିର ନିକଟରେ ଏକ ଜଘନ୍ୟ ହତ୍ୟା କାଣ୍ଡ ହୋଇଛି। ଭାଇ ଭାଇର ତଣ୍ଟିକାଟି ହତ୍ୟା କରିଥିବା ଜଣାଯାଇଛି। ମୃତ ସାନଭାଇ ୧୫ବର୍ଷର ନାବାଳକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ସେମାନେ ଦାଦା ଓ ବଡ଼ବାପା ପାରିବାରିକ କଳହରୁ ବଡ଼ବାପା ପୁଅ ଦାଦା ପୁଅକୁ ହତ୍ୟା କରିଥିବା ଜଣାଯାଇଛି। ଅନ୍ୟପଟେ ବୁଗୁଡ଼ା ପୁଲିସ ଅଭିଯୁକ୍ତ ଭାଇକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାଯାଇଛି।