ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ହଠାତ ଜଣେ ନାବାଳିକା ନିଖୋଜ ହୋଇଯାଇଥିବା ବେଳେ ଦୀର୍ଘ ୧୪ ଦିନ ପରେ ନାବାଳିକାର ମୃତଦେହ ଉଦ୍ଧାର ଗାଁ’ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ପୁଲିସ ଗତ ୨୪ ତାରିଖରେ ସିନ୍ଦେକେଲା ଥାନା ଗୁଜିଚକା ଗାଁ ନିକଟ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ବଲାଙ୍ଗିର ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ବଳି ସନ୍ଦେହରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ତନ୍ତ୍ରମନ୍ତ୍ର ପାଇଁ ଶୋଭବନ ରଣା ନିଜର ୧୨ବର୍ଷୀୟା ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗତବର୍ଷ ଶୋଭବନ ନିଜ ସମ୍ପର୍କୀୟ ମାମୁଁଙ୍କ ପୁଅକୁ ବଳିଦେଇ ଜେଲ୍ ଯାଇଥିଲା । ଆଉ ଜାମିନରେ ଫେରିବା ପରେ ପୁଣି ନରହନ୍ତା ବନିଥିବା ଅଭିଯୋଗ ହୋଇଥିଲା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ସିନ୍ଧେକେଲା ଅଂଚଳରେ ରହୁଥିବା ଏହି ୧୨ବର୍ଷୀୟା ନାବାଳିକା ଗତ ୨୪ତାରିଖଠାରୁ ନିଖୋଜ ଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ମାମଲା ବି ରୁଜୁ ହୋଇଥିଲା । ତନ୍ତ୍ରମନ୍ତ୍ର ପାଇଁ ନିଜ ଭଉଣୀକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା। ସେପଟେ ନିଖୋଜ କୁନି ଝିଅର କୌଣସି ପତା ମିଳୁନଥିଲା। ଏସବୁକୁ ନେଇ ଗାଁ ଲୋକ ଥାନା ଘେରାଉ କରିଥିବା ବେଳେ ଅଭିଯୁକ୍ତ ଶୋଭବନ ରଣାକୁ ଅଟକ ରଖିଥିଲା ପୁଲିସ । ତେବେ ଆଜି ନିଖୋଜ ନାବାଳିକାର ନମୃତଦେହ ଠାବ କରିଛି ପୁଲିସ୍ ।