ଲକ୍ଷ୍ମୌ : ଉତ୍ତରପ୍ରଦେଶ ମେରଠର ସରଧାନା ଥାନା ଅଞ୍ଚଳସ୍ଥ ଗାଢ଼ି ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭାଇର ଗୁଳିମାଡ଼ରେ ଭଉଣୀର ମୃତ୍ୟୁ ହୋଇଛି । ନିଜ ହାତରେ ସବୁଦିନ ପାଇଁ ଭାଇ ଭଉଣୀକୁ ଆରପାରିକୁ ଠେଲି ଦେଇଛି।
ସୂଚନା ଅନୁଯାୟୀ, ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ରାଣୀ (ଛଦ୍ମନାମ) ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ପରିବାରଲୋକ ଝିଅର ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ । କିନ୍ତୁ ଝିଅ ପରିବାରଲୋକଙ୍କ କୌଣସି କଥା ନଶୁଣି ବାରମ୍ବାର ତାଙ୍କର ପ୍ରେମିକ ସହିତ ମିଳାମିଶା କରୁଥିଲେ । ଭଉଣୀର ଏଭଳି ସମ୍ପର୍କ ବିଷୟରେ ଭାଇ ଖବର ପାଇ ପରେ ତାର ରାଗ ଚରମସୀମାରେ ପହଞ୍ଚି ଯାଇଥିଲା । ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଭଉଣୀ ଗୁପ୍ତାଙ୍ଗକୁ ଗୁଳି ଚଳାଇ ହତ୍ୟା କରିଥିଲା ।
ଗତ ରବିବାର ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ପୁଲିସ ବିଚାରବିଭାଗୀୟ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।