ଟୋକିଓ ଅଲମ୍ପିକ୍ସରେ ଲଭଲିନାଙ୍କୁ ବ୍ରୋଞ୍ଜ: ରିଙ୍ଗ୍‌ରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ସେମିରେ ହାରିଲେ

ଟୋକିଓ,ଏଜେନ୍ସି: ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା। ୬୯ କେଜି ବର୍ଗରେ ତୁର୍କୀ ପ୍ରତିଯୋଗୀଙ୍କଠାରୁ ହାରିଛନ୍ତି। ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଖରାପ ପ୍ରଦର୍ଶନ କରିଥିଲେ। ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି।

ଟୋକିଓ ଅଲିମ୍ପିକ୍ସର ତ୍ରୟୋଦଶ ଦିନରେ ଭାରତୀୟ ନିରାଶ ହୋଇଥିଲେ ସୁଦ୍ଧା ଦେଶକୁ ଏକ ପଦକ ନିଶ୍ଚିତ ହୋଇଛି। ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ହାରିଛନ୍ତି। ପୂର୍ବରୁ ଭାରତୀୟ ରେସଲରମାନେ ଭଲ ପ୍ରଦର୍ଶନ କରିଥିଲେ। ସେହିପରି ଆଜି ଭାରତୀୟ ରବି କୁମାର ଏବଂ ଦୀପକ ପୁନିଆ ଫ୍ରି ଷ୍ଟାଇଳ କୁସ୍ତିରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।