କାମଦେଲା ଚେତାବନୀ: ‘କୋଭିସିଲ୍ଡ’କୁ ବ୍ରିଟେନର ମାନ୍ୟତା

ନୂଆଦିଲ୍ଲୀ: ଭାରତର ତୀବ୍ର ପ୍ରତିବାଦ ବ୍ରିଟେନ ଉପରେ ପ୍ରଭାବ ପକାଇବାରେ ସଫଳ ହୋଇଛି। ଫଳରେ ବ୍ରିଟେନ କୋଭିସିଲ୍ଡ ଭ୍ୟାକ୍ସିନକୁ ମାନ୍ୟତା ପ୍ରଦାନ କରିଛି। ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ବ୍ରିଟେନ ନିଷ୍ପତ୍ତି ବଦଳାଇଛି। ଭାରତରେ କୋଭିସିଲ୍ଡ ଭ୍ୟାକ୍ସିନର ଉଭୟ ଡୋଜ୍ ଲଗାଇଥିବା ଲୋକଙ୍କୁ ବ୍ରିଟେନ ଯିବାକୁ ମଞ୍ଜୁରୀ ମିଳିଛି। ଏହାସତ୍ୱେ ବି ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏହାର ଅର୍ଥ କୋଭିସିଲ୍ଡକୁ ନେଇ କୌଣସି ସମସ୍ୟା ନଥିଲେ ବି ଟିକାକରଣ ସାର୍ଟିଫିକେଟକୁ ନେଇ ବ୍ରିଟେନ ସନ୍ଦେହରେ ରହିଛି।

ସୂଚନାଯୋଗ୍ୟ, ଆମେରିକା ସମେତ ଦୁନିଆର ଆହୁରି ଅନେକ ଦେଶ କୋଭିସିଲ୍ଡ ଭ୍ୟାକ୍ସିନ ଲଗାଇଥିବା ଭାରତୀୟଙ୍କୁ ପୂର୍ବରୁ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି।