କରୋନା ଆଶଙ୍କାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ରିଟେନ,ଏଜେନ୍ସି: କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌। ବ୍ରିଟିଶ ପିଏମ୍ କାର୍ଯ୍ୟାଳୟର ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ ବୋରିସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୋରିସ୍‌ ଜନସନ୍‌ଙ୍କୁ କରୋନା ଭାଇରସ୍‌ ଲକ୍ଷଣ ଦେଖାଯାଉଛି। ତେଣୁ ତାଙ୍କର ପୂନର୍ବାର ଟେଷ୍ଟ କରାଇବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍ଯ୍ୟାଳୟର ସୂଚନା ଅନୁଯାୟୀ ପିଏମ୍ ବୋରିସଙ୍କ ସ୍ୱାସ୍ଥ ଭଲ ଅଛି।

ଏପଟେ କୋରୋନାର କରାଳ କାୟାରେ ସାରା ବିଶ୍ୱ ହନ୍ତସନ୍ତ । ବିଶ୍ୱରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।