ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳ ଜନୈକ ଏଜେଣ୍ଟଙ୍କ ଜରିଆରେ ପିସି ନେଉଥିବା ଅଭିଯୋଗ ହୋଇଛି। ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ରବିବାର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏହି ମନ୍ତବ୍ୟ ରଖିବା ସହ ଏହାର ଠୋସ ପ୍ରମାଣ ରହିଥିବା ଶ୍ରୀ ମାଝୀ କହିଛନ୍ତି। ଏଥିସହ ଜିଲ୍ଲାପାଳ ପିସି ନେଉଥିବା ସମ୍ପର୍କରେ ସରକାର ଅବଗତ ଥିବା ମଧ୍ୟ ସେ କହିଛନ୍ତି। ତେଣୁ ତୁରନ୍ତ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ୧୦ ତାରିଖିରେ ଏହାକୁ ନେଇ ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।