ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି, ୨ ମୃତ ୩ ଗୁରୁତର

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ରବିବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ଏକ ମର୍ମନ୍ତୁତ ଦୁର୍ଘଟଣାରେ ଦୁଇ ଜନଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଏକ ଭ୍ୟାନରେ ସୁବର୍ଣ୍ଣପୁରରୁ ବରଗଡକୁ ଫେରୁଥିବାବେଳେ ରାମପୁର ପୁଲିସ ତାନା ଅନ୍ତର୍ଗତ ବାଦକରଲେ ଗ୍ରାମ ନିକଟରେ ଗାଡ଼ିଟି ଏକ ଗଛରେ ଧକ୍କା ଦେଇଥିଲା।

ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହିତ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ଭ୍ୟାନର ଡ୍ରାଇଭର ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇ ଏକ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ଧକ୍କା ଦେଇଥିଲେ। ଏଥିରେ ବିରଞ୍ଚି ମଲ୍ଲିକ (୬୦) ଏବଂ ଜିତେନ୍ଦ୍ର ବାଗ୍ (୨୫) ନାମକ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଅବଶିଷ୍ଟ ଲୋକଙ୍କୁ ସ୍ଥାନୀୟ ତଥା ପୁଲିସର ସହାୟତାରେ ଉଦ୍ଧାର କରାଯାଇ ତୁରନ୍ତ ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ରାମପୁର ପୁଲିସ ତଦନ୍ତ ଆରମ୍ଭ କରିଛି।