ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ରଙ୍ଗଶାଳାକୁ ଆଜି ଭଙ୍ଗାଯାଉଛି। ସ୍ମିତାରାଣୀ ମୃତ୍ୟୁରେ ରଙ୍ଗଶାଳାର ଲିଙ୍କ ଥିବା କୁହାଯାଉଥିଲା। ତେବେ ଏହି ରଙ୍ଗଶାଳାଟି ବେଆଇନ ଭାବେ ସରକାରୀ ଜାଗାରେ ତିଆରି ହୋଇଥିବାରୁ ଆଜି ଏହାକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି। ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରା ଏହି ରଙ୍ଗଶାଳାକୁ ନିର୍ମାଣ କରିଥିଲେ।
ରଙ୍ଗଶାଳାରେ ଅନୈତିକ କାମ ହେଉଥିବା ଦୀର୍ଘଦିନ ଧରି ହୋଇଆସୁଥିବା ଅଭିଯୋଗ ହୋଇଥିଲା। ତେବେ ସେଠାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିବା ପରଠାରୁ ଘରକୁ ସିଲ କରିଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରର ଯାଞ୍ଚ କରାଯିବା ପରେ ଏହା ବେଆଇନ ଭାବେ ତିଆରି ହୋଇଥିବା ଜଣାପଡ଼ିଥିଲା।
ଏ ନେଇ ଆଜି ପ୍ରଶାସନ ପକ୍ଷରୁ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଅକ୍ଟୋବର ୧୬ ତାରିଖରେ ରଙ୍ଗଶାଳାରୁ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ରଙ୍ଗଶାଳା ଭଙ୍ଗାଯିବା ନେଇ ରାତିଅଧିଆ ନିଷ୍ପତ୍ତି ହୋଇଥିଲା। ଘଟଣାସ୍ଥଳରେ ଏଡିଏମ, ତହସିଲଦାର ଓ ୧ପ୍ଲାଟୁନ୍ ପୁଲିସ ଫୋର୍ସ ପହଞ୍ଚିଛନ୍ତି।