ବ୍ରେଡ ଖାଇବା ହୋଇପାରେ ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଆମେ ମୁଖ୍ୟତଃ ଆମର ଦୈନଦିନ ଖାଦ୍ୟ ରୂପେ ବ୍ରେଡକୁ ଗ୍ରହଣ କରିଥାଉ। ହେଲେ ବ୍ରେଡକୁ ନିୟମିତ ଭାବେ ସଖାଳ ଜଳଖିଆ ରୂପେ ବ୍ୟବହାର କରିବା ଆମ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ବ୍ରେଡର ନିୟମିତ ବ୍ୟବହାର କିପରି ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇପାରିବ ଆସନ୍ତୁ ଜାଣିବା:-

-ବ୍ରେଡରେ ଲୁଣର ମାତ୍ରା ଅତ୍ୟଧିକ ଥାଏ ଯାହାକି ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ସେଥିଲାଗି ବ୍ରେଡର ଏକ ଛୋଟ ଅଂଶକୁ ନିୟମିତ ଭାବରେ ବ୍ୟବହାର କରିବା ଦ୍ୱାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

-ବ୍ରେଡରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଏବଂ ରିଫାଇନ ସୁଗାର ରହିଥାଏ ଯାହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।

-ବ୍ରେଡରେ କୌଣସି ଭି ପୋଷକତତ୍ତ୍ୱ ନଥାଏ ବରଂ ଏଥିରେ କେବଳ ଗ୍ଲୁଟୋନର ପରିମାଣ ଥାଏ ଯାହା ଆମର ପେଟଗତ ସମସ୍ୟା ସୃଷ୍ଟି କରିଥାଏ।

-ମୁଖ୍ୟତଃ ଧଳାବ୍ରେଡରେ ଫ୍ରୁକ୍ଟୋସ କ୍ରୋନ ସୁଗାର ମାତ୍ରାଧିକ ଥାଏ। ଯଦି ଆମେ ପ୍ରତିଦିନ ବ୍ରେଡକୁ ସଖାଳ ଜଳଖିଆ ରୂପେ ବ୍ୟବହାର କରିବା ଆମକୁ କବକ ଜାତୀୟ ରୋଗ ହେବାର ଆଶଙ୍କା ଥାଏ।

-ଅନ୍ୟପଟେ ଧଳା ବ୍ରେଡର ପ୍ରସ୍ତୁତିରେ ବ୍ୟବାହର ହେଉଥିବା ଫ୍ୟାଟିକ ଏସିଡି ମଧ୍ୟ ଆମ ଶରୀରରେ ଥିବା କ୍ୟାଲସିୟମ, ଆଇରନ ଏବଂ ଜିଙ୍ଗର ଶୋଷଣ ପ୍ରକ୍ରିୟାକୁ ରୋକିଥାଏ।