ବ୍ରଜରାଜନଗର ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଝାରସୁଗୁଡ଼ା, ବ୍ରଜରାଜନଗର, ଏନ୍ଏନ୍ଏସ୍: ଆଜି ୪୯ ନଂ ଜାତୀୟ ରାଜପଥ ଗାନ୍ଧୀଛକଠାରେ ବ୍ରଜରାଜନଗର ଥାନା ଓ ଓରିଏଣ୍ଟ ଥାନା ପୁଲିସର ମିଳିତ ଉଦ୍ୟମରେ ୩୭ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ରଜରାଜନଗର ଥାନା ଆଇଆଇସି ନଳିତା ମୋଦି ଓରିଏଣ୍ଟ ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍ ଙ୍କ ନେତୃତ୍ୱରେ ଏସଆଇ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ, ଆଲଫୋନିଆ ତିର୍କି, ମେନେକା ସା, ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼, ଏଏସଆଇ ସମରା କୁଜୁରୁ, କ୍ଷୀରୋଦ୍ର ବାଗ, ଦୁବରାଜ କାଲୋ ରାମପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କିଶାନ ଓ ଅନ୍ୟ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଇକ ଆରୋହୀ ଓ ପଛପଟେ ବସିଥିବା ବ୍ୟକ୍ତି ହେଲେମେଟ ଲଗାଇଥିଲେ ସେମାନଙ୍କୁ ଗୋଲାପ ଫୁଲ ଓ ଚୋକଲେଟ ଦେଇ ସ୍ୱାଗତ ଜଣାଇଥିଲେ। ଯେଉଁ ଚାରିଚକିଆ ଯାନ ଚାଳକ ମାନେ ସିଟବେଲ୍ଟ ଲଗାଇନଥିଲେ ସେମାନଙ୍କୁ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାଇବାକୁ ଅନୁରୋଧ କରିଥିଲେ।