ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓପିଏସସି ପରୀକ୍ଷାରେ ୪୭ ନମ୍ବର ସ୍ଥାନ ହାସଲ କରି ଝାରସୁଗୁଡ଼ା ଜିଲ୍ଲା ପାଇଁ ବ୍ରଜରାଜନଗରର ଝିଅ ରାଧିକା ଶର୍ମା(୨୫) ଗୌରବ ଆଣିଛନ୍ତି । ଏହି ସଫଳତାର ସମସ୍ତ ଶ୍ରେୟ ରାଧିକା ବାପା ସୁରେଶ ଶର୍ମା, ମା’ ବିମଳା ଶର୍ମା ଓ ନିଜ କାକା ରାଜେଶ ଶର୍ମାଙ୍କୁ ଦେଇଛନ୍ତି । ବେଲପାହାଡ଼ ଇଂଲିଶ ମିଡିୟମ ସ୍କୁଲରୁ ୧୦ମ ଶ୍ରେଣୀ ପାସ୍ କରିବା ପରେ ରାଧିକା ଗୋଆଲିୟରରୁ ଦ୍ୱାଦଶ ଶ୍ରେଣୀ ଏବଂ ସୋଆ ୟୁନିଭର୍ସିଟିରୁ ଇଣ୍ଟିଗ୍ରେଟଡ ଏଲଏଲବି ପାସ କରିଛନ୍ତି । ରାଧିକା ଦ୍ୱିତୀୟ ସୁଯୋଗରେ ଓପିଏସସି ପରୀକ୍ଷା ଦେଇ ଏହି ସଫଳତା ପାଇଛନ୍ତି । ରାଧିକା ଏବେ ନୋଏଡ଼ାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବା ସହିତ ଓପିଏସସି ପାଇଁ ପ୍ରସ୍ତୁତ କରୁଥିଲେ । ରାଜ୍ୟ ପାଇଁ ଏବେ କିଛି କରିବାର ସମୟ ଆସିଛି ବୋଲି ରାଧିକା କହିଛନ୍ତି ।