ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୪୮ ଘଣ୍ଟା ସିଲ୍

ଝାରସୁଗୁଡା,ଏନ୍ଏନ୍ଏସ୍: ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହେବାପରେ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୮ ଘଣ୍ଟାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଶୁକ୍ରବାର ସକାଳୁ ଏଠାରେ ଲୋକଙ୍କ ଯାତାୟାତକୁ ବାରଣ କରାଯାଇଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜ କରାଯାଇଛି। ଏହାସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଯାଞ୍ଚକରି ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାଲୋକଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।