ଆଜି ମହାବାହୁ ବ୍ରହ୍ମପୁତ୍ର ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ମହାବାହୁ ବ୍ରହ୍ମପୁତ୍ର ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଧୁବୁରି ଫୁଲବାରି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ମଜୁଲି ବ୍ରିଜର ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି।

ମହାବାହୁ-ବ୍ରହ୍ମପୁତ୍ରର ଶୁଭାରମ୍ଭ ସମୟରେ ନେମାଟି-ମଜୁଲି ଦ୍ୱୀପ, ଉତ୍ତର ଗୁଆହାଟି-ଦକ୍ଷିଣ ଗୁଆହାଟି ଏବଂ ଧୁବୁରି-ହାଟସିଙ୍ଗମାରି ମଧ୍ୟରେ ରୋ-ପ୍ୟାକ୍ସ ଜାହାଜର ଉଦଘାଟନ କରାଯିବ। ଏହା ଯୋଗୀଘୋପା ଏବଂ ବ୍ରହ୍ମପୁତ୍ର ନଦୀରେ ଥିବା ଆଭ୍ୟନ୍ତରୀଣ ଜଳ ପରିବହନ ଟର୍ମିନାଲର ମୂଳଦୁଆ ସହିତ ବିଭିନ୍ନ ପର୍ଯ୍ୟଟନ ଜେଟର ସହଜ ବ୍ୟବସାୟ ଆରମ୍ଭ କରିବ।

ଏହାପରେ ଧୁବୁରି ଫୁଲବାରି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଧୁବୁରି ଫୁଲବାରି ସେତୁ ଏନଏଚ-୧୨୭(ବି)ରେ ରହିଛି। ଏହା ଆସାମର ଧୁବୁରିରୁ ଫୁଲବାରି, ତୁରା, ରୋଙ୍ଗଗ୍ରାମ ଓ ମେଘାଳୟର ରଙ୍ଗଜେଙ୍ଗ ପର୍ଯ୍ୟନ୍ତ ଯୋଗାଯୋଗ କରିବ। ଏହି ସେତୁ ନିର୍ମାଣ ପାଇଁ ୪,୯୯୭ କୋଟି ବ୍ୟୟ ଅଟକଳ ହୋଇଛି। ଏହି ସେତୁ ନିର୍ମାଣ ହେବା ପରେ ୧୯ କିଲୋମିଟର ରାସ୍ତାର ଦୂରତା କମିଯିବ।