ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନର୍ସଙ୍କ ଆନ୍ଦୋଳନ

ବ୍ରହ୍ମପୁର,ଏନ୍ଏନ୍ଏସ୍: କରୋନା ମହାମାରୀର ଯୁଦ୍ଧରେ ଡାକ୍ତର ଓ ନର୍ସମାନେ ଆଗଧଡ଼ିର ଯୋଦ୍ଧା ସାଜିଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନଥିବାରୁ ଆଜି ନର୍ସମାନେ ଆନ୍ଦୋଳନରେ ବସିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ।

ସୂଚନା ଅନୁସାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ କର୍ମଚାରୀ ମାନେ କରୋନା ରୋଗୀମାନଙ୍କ ସେବା କରୁଥିବା ବେଳେ ସେମାନଙ୍କୁ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ଯୋଗାଇ ଦିଆଯାଉନାହିଁ। ଏ ନେଇ ସେ ବାରମ୍ବାର ଦାବି କରିଆସୁଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ କଥା ଶୁଣୁ ନଥିଲେ। ଫଳରେ ଆଜି ଉକ୍ତ ହସ୍ପିଟାଲର ନର୍ସ ମାନେ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।