ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବର ଏୟାରପୋର୍ଟକୁ ଆନ୍ତର୍ଜାତୀୟ ବିମାନବନ୍ଦର ପରିଷଦ(ଏସିଆଇ) ମାନ୍ୟତା। ଦେଶର ୭ଟି ଓ ବିଶ୍ବର ୧୪୦ ବିମାନବନ୍ଦରକୁ ମିଳିଛି ଏସିଆଇ ମାନ୍ୟତା। ଦେଶର ୭ଟି ବିମାନବନ୍ଦର ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସାମିଲ।
ମହାମାରୀ ବେଳେ ଯାତ୍ରୀଙ୍କ ଅସୁବିଧା ଭଲ ଭାବେ ବୁଝିବା କ୍ଷେତ୍ରରେ ମିଳିିଛି ଏହି ମାନ୍ୟତା। ଦେଶର ୭ଟି ବିମାନବନ୍ଦର ଭଏସ୍ ଅଫ୍ ଗ୍ରାହକ ମାନ୍ୟତା ୨୦୨୧ ପାଇଁ ମନୋନୀତ ହୋଇଛନ୍ତି। ଏହି ବିମାନବନ୍ଦର ଗୁଡିକ ହେଲା ଦିଲ୍ଲୀ , ଚେନ୍ନାଇ, କୋଲକାତା, ଗୋଆ, ପୁଣେ, ପାଟନା, ଭୁବନେଶ୍ୱର ଏବଂ ଚଣ୍ଡିଗଡ।
ଏହି ସାତୋଟି ଏଏଆଇ ବିମାନବନ୍ଦର ଯାହାକି ୨୦୨୧ ମସିହାରେ ଏସିଆଇ-ଏଏସ୍କ୍ୟୁ ସର୍ଭେରେ ଭାଗ ନେଇଥିଲେ। ଏସିଆଇ ୱାର୍ଲ୍ଡର ଭଏସ୍ ଅଫ୍ ଗ୍ରାହକ ପଦକ୍ଷେପ ଅଧୀନରେ ଭଏସ୍ ଅଫ୍ ଗ୍ରାହକ ମାନ୍ୟତା ପାଇଁ ମନୋନୀତ ହୋଇଛନ୍ତି। ବିମାନ ବନ୍ଦରଗୁଡିକୁ ସ୍ୱୀକୃତି ଦେବା ପାଇଁ କାଉନସିଲ୍ ଇଣ୍ଟରନ୍ୟାସନାଲ୍ ‘ଗ୍ରାହକଙ୍କ ଭଏସ୍’ ପଦକ୍ଷେପ ଆରମ୍ଭ କରିଛି।
ତେବେ ବିମାନବନ୍ଦର ସେବା ଗୁଣବତ୍ତା (ଏଏସ୍କ୍ୟୁ) ସର୍ବେକ୍ଷଣ ହେଉଛି ବିଶ୍-ପ୍ରସିଦ୍ଧ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବେଞ୍ଚମାର୍କିଂ ପ୍ରୋଗ୍ରାମ ଯାହା ଯାତ୍ରୀଙ୍କ ସନ୍ତୁଷ୍ଟିକୁ ମାପ କରିଥାଏ। ଏଏସ୍କ୍ୟୁ ପୁରସ୍କାର ସମଗ୍ର ବିଶ୍ୱରେ ସେହି ବିମାନବନ୍ଦର ଗୁଡିକୁ ଚିହ୍ନି ଥାଏ ଯାହାକି ନିଜ ନିଜ ଯାତ୍ରୀଙ୍କ ମତରେ ସର୍ବୋତ୍ତମ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିଥାଏ।ଏଏସ୍କ୍ୟୁ କାର୍ଯ୍ୟକ୍ରମ ଅନୁସନ୍ଧାନ ଉପକରଣ ଏବଂ ପରିଚାଳନା ସୂଚନା ପ୍ରଦାନ କରିଥାଏ ଯାହା ଯାତ୍ରୀମାନଙ୍କ ଦୃଷ୍ଟିକୋଣକୁ ଭଲ ଭାବରେ ବିଝିବା ନିଶ୍ଚିତ ହୋଇଥାଏ।