ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଛାତ୍ର ଗୁରୁତର

ନୟାଗଡ଼,ଏନ୍ଏନ୍ଏସ୍: ଗଞ୍ଜେଇ ବେପାରକୁ ବିରୋଧ କରି ମାଫିଆମାନେ ଜଣେ ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଛାତ୍ର ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଛାତ୍ର ଜଣଙ୍କ +୩ ଶେଷ ବର୍ଷରେ ପଢ଼ୁଥିବା ପାର୍ବତୀପୁର ଗାଁର ଛାତ୍ର ଲବ ମହାପାତ୍ର। ସେ ଗଞ୍ଜେଇ ବେପାରକୁ ବିରୋଧ କରୁଥିବାରୁ ଭାପୁର-ପାର୍ବତୀପୁର ବାଇପାସ ରାସ୍ତାରେ କେତେକ ଗଞ୍ଜେଇ ମାଫିଆ ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଜୀବନରେ ମାରିଦେବା ଲକ୍ଷରେ କେତେକ ଦୁର୍ବୁର୍ତ୍ତ ଖଣ୍ଡା ଓ ଫାର୍ସାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଛାତ୍ରଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।