ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚେମେଣା ଗାଁ’ର କାଜୁ ଜଙ୍ଗଲରେ ଜଣେ ୮ ବର୍ଷର ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ଚେମେଣା ଗ୍ରାମର ଲୁଲୁ ମୁଣ୍ଡାଙ୍କ ପୁଅ ମନୋଜ ମୁଣ୍ଡା।
ଗତକାଲି ସନ୍ଧ୍ୟାରୁ ନାବାଳକ ଜଣଙ୍କ ନିଖୋଜ ଥିଲେ। ତେବେ ଆଜି ସକାଳୁ ପରିବାର ଲୋକେ ଘରଠାରୁ ୫୦୦ ମିଟର ଦୂରରେ ଥିବା ଏକ କାଜୁ ଜଙ୍ଗଲରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିଥିଲେ। ପରେ ମୃତ ଦେହକୁ ଗଛରୁ ଓହ୍ଲାଇ ଆଣି ଘରକୁ ନେଇଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ।