ନିୟମରେ କୋହଳ: ୧ରୁ ଉଭୟ ଅନଲାଇନ ଓ ଅଫଲାଇନ ଫଲ୍ୟୁସନ ଟେଷ୍ଟିଂ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟସରକାର ପିୟୁସି ସାର୍ଟିଫିକେଟ୍ କୁ କରିଥିବା ନିୟମ ଉପରେ ପୁଣି କୋହଳ କରିଛନ୍ତି। ଅକ୍ଟୋବର ୧ରୁ କେବଳ ଅନଲାଇନ ପଲ୍ୟୁସନ ଟେଷ୍ଟିଂ ସାଟିଫିକେଟ ବୈଧ ଓ ବାଧ୍ୟତାମୂଳକ ବୋଲି କହିଥିଲେ କିନ୍ତୁ ଗୁରୁବାର ଏହି ନିଷ୍ପତିଙ୍କୁ ବଦଳାଇଛନ୍ତି। ଆସନ୍ତା ୧ରୁ ପିୟୁସି ସାର୍ଟିଫିକେଟ୍ ଉଭୟ ଅଫଲାଇନ ଓ ଅନଲାଇନ ଆବେଦନ କରିପାରିବେ। ତେବେ ଟେଷ୍ଟିଂ ୟୁନିଟ୍ ଅଭାବ ଓ ଲୋକଙ୍କ ଲମ୍ବା ଧାଡିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।