ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ମିଳିବ । ଘରୋଇ ସମେତ ଅଣଅନୁଦାନ ଓଡ଼ିଆ ମାଧ୍ୟମ ସ୍କୁଲ ପିଲାଙ୍କୁ ମଧ୍ୟ ବହି ମିଳିବ । ୨୦୨୪-୨୫ ଆଗାମୀ ଶିକ୍ଷା ବର୍ଷରୁ ଏହି ଯୋଜନା ଲାଗୁ ହେବ । ଏହି ଯୋଜନା ଅନ୍ତର୍ଗତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବହି ମିଳିବ । ଏହାଦ୍ୱାରା ୩,୬୨୦ ବିଦ୍ୟାଳୟର ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।