ଖୋର୍ଦ୍ଧାରେ ପୁଣି ବୋମାମାଡ଼

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜିଲ୍ଲା ସଦର ଥାନା ଅଞ୍ଚଳ ଦଳେଇପୁଟ ଗାଁରେ ପୁଣି ବୋମାମାଡ଼। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଦଳେଇପୁଟ ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।