କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ଉପରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ମୁମ୍ବାଇସ୍ଥିତ ମଣିକର୍ଣ୍ଣିକା ଫିଲ୍ମସ  ଅଫିସକୁ ଅବୈଧ ଘୋଷଣା କରି ବିଏମସି ଭଙ୍ଗାରୁଜା କରିଥିଲା। ଇତିମଧ୍ୟରେ ବମ୍ବେ ହାଇକୋର୍ଟରେ ଏହି ମାମଲାର ଫଇସଲା କଙ୍ଗନାଙ୍କ ସପକ୍ଷରେ ଆସିଛି। ହାଇକୋର୍ଟ ବିଏମସିର ଏହି କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି। ଶିବସେନାର ଧମକ ପରେ ଆଜି କଙ୍ଗନା ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ମହାଲୀରୁ କଡ଼ା ସୁରକ୍ଷା ମଧ୍ୟରେ ୧୨ଟା ବେଳେ କଙ୍ଗନା ମୁମ୍ବାଇ ପାଇଁ ଉଡ଼ାଣ ଭରିଥିଲେ।

ସୂଚନାଯୋଗ୍ୟ, କଙ୍ଗନା ମୁମ୍ବାଇ ଆସିଲେ ତାଙ୍କୁ କ୍ୱାରେଣ୍ଟାଇନ କରାଯିବ ବୋଲି ସୂଚନା ମିଳିଥିଲା। କିନ୍ତୁ କଙ୍ଗନା ମୁମ୍ବାଇ ଆସିବା ପୂର୍ବରୁ ୨ଥର କରୋନା ଟେଷ୍ଟ କରାଇଛନ୍ତି ଯାହାର ରିପୋର୍ଟ ନେଗେଟିଭ ଆସିଛି।