ବିବାଦରେ ‘ବମ୍ବେ ବେଗମ୍ସ’ ୱେବ ସିରିଜ, ନେଟଫ୍ଲିକ୍ସକୁ ଏନସିପିସିଆରର ନୋଟିସ୍

ମୁମ୍ବାଇ,ଏଜେନ୍ସି: ନେସନାଲ କମିଶନ ଫର ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ପକ୍ଷରୁ ନେଟଫ୍ଲିକ୍ସରୁ ୱେବ ସିରିଜ ‘ବମ୍ବେ ବେଗମ୍ସ’ର ପ୍ରସାରଣ ରୋକିବାକୁ ନିର୍ଦ୍ଦେଶ ହୋଇଛି। ଏହି ସିରିଜରେ ପିଲାମାନଙ୍କ ଯେଉଁ ଚରିତ୍ର ନଜର ଆସିଛି, ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଏନସିପିସିଆର। ଏହି ୱେବ ସିରିଜକୁ ନେଇ ଅଭିଯୋଗ ମିଳିବା ପରେ ଏନସିପିସିଆର ଏହି ନିଷ୍ପତ୍ତି ନେଇଛି। ଏଥିରେ ନାବାଳିକାମାନେ ଅଶ୍ଳୀଳ କାର୍ଯ୍ୟ ସହ ଡ୍ରଗ୍ସ ସେବନ କରୁଥିବା ଦେଖିବାକୁ ମିଳିଛି।

ଏନେଇ ଏନସିପିସିଆର ନେଟଫ୍ଲିକ୍ସକୁ ନୋଟିସ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବା ସହ ଏହି ସିରିଜର ପ୍ରସାରଣ ରୋକିବାକୁ କୁହାଯାଇଛି। ଏଥିସହିତ କୁହାଯାଇଛି କି, ନୋଟିସର ଜବାବ ନ ରଖିଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।