୨ ଟିଫିନ୍ ବୋମା ଜବତ

  • ମାଲକାନାଗିରି, ଏନ୍ଏନ୍ଏସ୍: ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଓ ଏସ୍ଓଜିରଚ୍ଚର୍୍ ଅପରେସନ୍ ବେଳେ ୨.୫ କେଜିର ୨ଟି ଟିଫିନ୍ ବୋମା ଜବତ ହୋଇଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗ୍ରାମରେ ସୋମବାର ବିଏସ୍ଏଫ୍ ୯ମ ବାଟାଲିୟନ୍ ଓ ଏସ୍ଓଜି ଯବାନଙ୍କୁ ଆଉ ଏକ ସଫଳତା ମିଳିଛି। ଯବାନମାନେ କୁମିଙ୍ଗ କରୁଥିବା ସମୟରେ ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଯାଜପଲେମଠାରୁ କେନ୍ଦୁଗୁଡ଼ା ରାସ୍ତାରେ ଏହି ଟିଫିନ୍ ବୋମା ପୋତା ହୋଇଥିଲା। ଯବାନମାନେ ସବୁବେଳେ ଏହି ରାସ୍ତା ଦେଇ କୁମିଙ୍ଗ କରିବାକୁ ଯାଉଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ବୋମା ପୋତାଯାଇଥିବା ଅନୁମାନ କରାଯାଉଛି। ଏହି ବୋମା ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଯବାନଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।