ସଦର ଥାନା ଦଳେଇପୁଟସ୍ଥିତ ହୃଦାନନ୍ଦ ସ୍ୱାଇଁଙ୍କ ଘରକୁ ପୁଣି ବୋମାମାଡ଼

ଖୋର୍ଦ୍ଧା,୧୮।୮ଏନ୍ଏନ୍ଏସ୍ : ସଦର ଥାନା ଅନ୍ତର୍ଗତ ଦଳେଇପୁଟସ୍ଥିତ ହୃଦାନନ୍ଦ ସ୍ୱାଇଁଙ୍କ ଘରକୁ ଗତକାଲି ରାତିରେ କେତେଜଣ ଦୁବୃର୍ତ୍ତ ପୁଣିଥରେ ପାଚେରୀ ବାହାର ପଟୁ ବୋମାମାଡ଼ କରିଛନ୍ତି । ଏଥିରେ କେହି ଆହତ ହୋଇନଥିବାବେଳେ ଉପର ମହଲା ଝରକା କାଚ ଭାଙ୍ଗିଯାଇଛି। ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ଉକ୍ତ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଥାନା ନିକଟରେ ଏହି ଘଟଣା ଘଟିଥିଲେ ହେଁ ପୁଲିସର ନିଷ୍କ୍ରିୟତା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ହୃଦାନନ୍ଦ ଥାନାରେ ଅଭିଯୋଗ କରିବା ପରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ପୂର୍ବ ବୋମାମାଡ଼ ଘଟଣାରେ ସଦର ପୁଲିସ ଜଣକୁ ଗିରଫ କରିଥିଲା ।