ବୋମା ଭିଡ଼ୁଥିଲା ବେଳେ ବିସ୍ଫୋରଣ: ଜଣେ ମୃତ, ୨ଗୁରୁତର

ନିଶ୍ଚିନ୍ତକୋଇଲି,ଏନ୍‌ଏନ୍‌ଏସ୍‌: ଆଜି ରାତିରେ ନିଶ୍ଚିନ୍ତକୋଇଲି ବ୍ଳକ ଦାଉଦପୁର ଗ୍ରାମ ପଞ୍ଚାୟତ ନାହାଳପୁର କବରସ୍ଥାନ ନିକଟରେ ବୋମା ଭିଡ଼ୁଥିଲା ବେଳେ ଜଣେ ଯୁବକର ମୃତ୍ୟୁ ହୋଇଥିଲା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ରାତିରେ ନାହାଳପୁର କବରସ୍ଥାନ ନିକଟରେ କେତେକ ବ୍ୟକ୍ତି ବୋମା ଭିଡ଼ୁଥିବା ବେଳେ ବୋମାଟି ଫୁଟିଯାଇଥିଲା ।

ଏହି ବୋମା ବିସ୍ଫୋରଣରେ ସ୍ଥାନୀୟ ଗ୍ରାମର ମିର୍ଜା ବିକା ବେଗଙ୍କ ପୁତ୍ର ମିର୍ଜା ମୁସ୍ତାଫା ବେଗ ୨୨ ବର୍ଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଭାବେ ଏହି ବିସ୍ଫୋରଣ ଘଟଣାରେ ଆଉ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ରିପୋର୍ଟ ଲେଖାହେଲା ବେଳକୁ ସ୍ଥାନୀୟ ନରେନ୍ଦ୍ରପୁର ଫାଣ୍ଡିରେ କୌଣସି ଅଭିଯୋଗ କରାଯାଇନାହିଁ ।