ବଲିଉଡ ଷ୍ଟାର ଅକ୍ଷୟ କୁମାର ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ଷ୍ଟାର ଅକ୍ଷୟ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଗତକାଲି ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତକାଲି ଅକ୍ଷୟ କୁମାର ନିଜେ କରୋନା ସଂକ୍ରମିତ ହେବା ପରେ ସୋସିଆଲ ମିଡିଆରେ ସେୟାର କରି ଜଣାଇଥିଲେ। ଏଥିସହ ସେ ନିଜକୁ ହୋମ ଆଇସୋଲେସନରେ ମଧ୍ୟ ରଖିଥିଲେ। ଆଜି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅକ୍ଷୟ କୁମାର ଟ୍ୱିଟ କରି ଲେଖିଛନ୍ତି ଯେ, ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ମୁଁ ଆଶା କରୁଛି ଶୀଘ୍ର ସୁସ୍ଥ ହୋଇ ଫେରିବି। ଆପଣମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।