ବାହା ହେବେ କାଜଲ୍

ବଲିଉଡ୍ ବିୟୁଟି କାଜଲ୍ ଅଗ୍ରୱାଲ୍ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ। କେବଳ ବଲିଉଡ୍ କାହିଁକି, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାଜଲଙ୍କ ଦବଦବା କିଛି କମ୍ ନୁହେଁ। ଏକାଧିକ ଦକ୍ଷିଣ ଭାରତୀୟ ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରିଛନ୍ତି ଦର୍ଶକ। ବେଶ୍ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ସେ ନିଜ ପ୍ରତିଭା ପ୍ରମାଣିତ କରିଛନ୍ତି। ଫିଲ୍ମକୁ ନେଇ ବ୍ୟସ୍ତ କାଜଲ୍ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି। ତେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାର ହାତ ଧରୁନାହାନ୍ତି। ଜଣେ ବ୍ୟବସାୟୀଙ୍କ ପତ୍ନୀ ହେବେ କାଜଲ୍। ପରିବାର ଲୋକଙ୍କ ସମ୍ମତିରେ ଏହି ବାହାଘର ଠିକ୍ ହୋଇଛି।

ନିକଟରେ ଏକ ସାକ୍ଷାତକାରରେ ମଧ୍ୟ କାଜଲ୍ କହିଛନ୍ତି ଯେ, ଫିଲ୍ମ ଦୁନିଆରେ ବିବାହ କରିବା ତାଙ୍କର ପସନ୍ଦ ନୁହେଁ। ସେ ଏକଥା ମଧ୍ୟ କହିଥିଲେ ଯେ, ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଆଫେୟାର୍ସ ଆରମ୍ଭ ହୋଇଥିଲା। ମାତ୍ର ସୁଟିଂ ଜନିତ ବ୍ୟସ୍ତତା କାରଣରୁ କାଜଲ୍ ତାଙ୍କୁ ଅଧିକ ସମୟ ଦେଇପାରିଲେନି ଓ ସେ ବ୍ୟକ୍ତି ଜଣକ ଅଲଗା ହୋଇଗଲେ। କାଜଲ ବର୍ତ୍ତମାନ ‘ଇଣ୍ଡିଆନ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କମଲ ହାସନ ଓ ରାକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ଦେଖିବେ ଦର୍ଶକ। ସେହିପରି ଜନ୍ ଆବ୍ରାହମଙ୍କ ସହିତ ‘ମୁମ୍ବାଇ ସାଗା’ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବେ କାଜଲ୍।