ବଲିଉଡ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ, ଏଜେନ୍ସି: ବଲିଉଡର ଭେଟେରାନ ଅଭିନେତ୍ରୀ ଶଶିକଳାଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶଶିକଳା ବିଭିନ୍ନ ଭୂମିକାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୬୨ରେ ରିଲିଜ ହୋଇଥିବା ‘ଆରତୀ’ରେ ଜଣେ ଖଳନାୟିକା ଭୂମିକାରେ ଅଭିନୟ ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ ।

ସେହିପରି ‘ଖୁବସୂରତ’, ‘ଅନୁପମା’ ଓ ‘ଆୟୀ ମିଲନ କେ ବେଲା’ ଭଳି ହିଟ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଖ୍ୟାତି ଅର୍ଜନ କରିଥିଲେ ।ବଲିଉଡ୍ ଷ୍ଟାର ଶାହରୁଖ ଖାନଙ୍କ ସହ କିଛି ଫିଲ୍ମରେ ବି ସେ କାମ କରିଥିଲେ । ‘ବାଦଶାହା’ରେ ସେ ଶାହରୁଖଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ‘କଭି ଖୁସି କଭି ଗମ’ରେ ମଧ୍ୟ ତାଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା ।