ବଲିଉଡ ଅଭିନେତ୍ରୀ ରକୁଲପ୍ରୀତଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସେ କ୍ୱାରେଣ୍ଟାଇନରେ ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଏନେଇ ସେ ନିଜେ ସୋସିଆଲ ମିଡିଆ ଯୋଗେ ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମିତ ହେବା ପୂର୍ବରୁ ରକୁଲ ‘ମିଡ ଡେ’ ଫିଲ୍ମର ସୁଟିଂ କରୁଥିଲେ। ଫିଲ୍ମରେ ରକୁଲଙ୍କ ସହ ଅଜୟ ଦେବଗନ ଓ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ରକୁଲ ଏକ ପାଇଲଟ ଭୂମିକାରେ ନଜର ଆସିବେ।