ହାଇପ୍ରୋଫାଇଲ୍‌‌ ସେକ୍ସ ରାକେଟ୍‌ ଠାବ : ପୁଲିସ୍‌ ହାତରେ ବଲିଉଡ୍‌ ଅଭିନେତ୍ରୀ ଓ ମଡେଲ୍‌

ମୁମ୍ବାଇ: ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଜଣେ ବଲିଉଡ୍‌ ଅଭିନେତ୍ରୀ ଓ ଜଣେ ମଡେଲ୍‌ଙ୍କୁ ଗୁରୁବାର ରାତିରେ ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରୁ ଗିରଫ କରିିଛି। ଗୁରୁଗ୍ରାମରେ ଥିବା ଏକ ପଞ୍ଚତାରକା ହୋଟେଲ୍‌ରୁ ପୁଲିସ୍‌ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ଗିରଫ କରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି। ଅଭିନେତ୍ରୀଙ୍କ ନାମ ଅମ୍ରିତା ଧନୱା(୩୨) ଓ ମଡେଲ୍‌ ଜଣକ ହେଉଛନ୍ତି ରିଚା ସିଂହ(୨୬)। ଏହି ଦୁଇ ଜଣ ଗ୍ରାହକଙ୍କୁ ଯୁବତୀ ଯୋଗାଉଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରେ ସେକ୍ସ ରାକେଟ ଚାଲୁଛି ବୋଲି ପୁଲିସ୍‌ ଖବର ପାଇବା ପରେ ହୋଟେଲ୍‌ରେ ଚଢ଼ଉ କରି ଦୁଇ ଅଭି‌ଯୁକ୍ତଙ୍କୁ ଧରିଥିବା ସୂଚନା ରହିଛି।